Odisha +2 Science
13 subscribers
27 photos
51 files
75 links
Odisha 10+2 Science Syllabus
Download Telegram
Forwarded from Staff's Conference Room (Surya)
Best writer name will b published tomorrow mng...
Forwarded from Odisha +2 Arts (Surya)
ନମସ୍କାର ସାହିତ୍ୟ ଓ କଳା ଅନୁରାଗୀ ବନ୍ଧୁଗଣ,

ଆମର ପ୍ରଥମ ପ୍ରୟାସ "ନଗ୍ନ ପୃଷ୍ଠା: କାହାଣୀ ଆରମ୍ଭ" କୁ ଆପଣମାନେ ଯେଉଁ ଅକୁଣ୍ଠ ଭଲପାଇବା ଓ ସଫଳତା ଦେଇଛନ୍ତି, ସେଥିପାଇଁ ସମ୍ପାଦନା ମଣ୍ଡଳୀ ପକ୍ଷରୁ କୋଟି ଧନ୍ୟବାଦ। ପାଠକମାନଙ୍କର ସେହି ଉତ୍ସାହକୁ ପାଥେୟ କରି ଆମ୍ଭେମାନେ ଅତିଶୀଘ୍ର ପ୍ରକାଶ କରିବାକୁ ଯାଉଛୁ ନଗ୍ନ ପୃଷ୍ଠା ଇ-ପତ୍ରିକାର ଦ୍ୱିତୀୟ ଭାଗ: "କାହାଣୀ ବିଭୀଷିକା"।

ଏହି ସଂଖ୍ୟା ପାଇଁ ଆମେ ବିଭିନ୍ନ ବିଭାଗରେ ନିମ୍ନଲିଖିତ ବିଷୟବସ୍ତୁ ଉପରେ ଲେଖା ଏବଂ ଚିତ୍ରକଳା ଆହ୍ୱାନ କରୁଅଛୁ:

🎨 ବିଭାଗ ଓ ନିର୍ଦ୍ଧାରିତ ବିଷୟବସ୍ତୁ:

📖 ଗଳ୍ପ: ସାମାଜିକ ବିଭୀଷିକା (ସମାଜର କୁସଂସ୍କାର ଓ ଅନ୍ଧକାର ଦିଗ)

✍ କବିତା: ମନସ୍ତାତ୍ବିକ ରହସ୍ୟ (ମନର ଅକୁହା ଦ୍ୱନ୍ଦ୍ୱ ଓ ରହସ୍ୟ)

👻 କ୍ଷୁଦ୍ର ଗଳ୍ପ: ପାରାଲୌକିକ ବା ଅତିଭୌତିକ (ଶିହରଣକାରୀ ରହସ୍ୟମୟ ଅନୁଭୂତି)

🌍 ପ୍ରବନ୍ଧ: ପ୍ରକୃତିର ପ୍ରଳୟ (ପ୍ରକୃତିର ରୁଦ୍ର ରୂପ ଓ ବିନାଶର ସଙ୍କେତ)

🎨 ଚିତ୍ରକଳା: ଭବିଷ୍ୟତର ଭୟାବହତା (ଆଗାମୀ ସମୟର ଏକ ଭୟଙ୍କର କାଳ୍ପନିକ ଚିତ୍ର)

Last date of submission- 31 Mar 26
E-Book Publish Date- Will be notified later.
Forward your content to any of these email ID: amajubapidhi@gmail.com କିମ୍ବା panchasakhainstitute@gmail.com

ନିୟମାବଳୀ

- ନିଜର ଲେଖା (Type) ମାଧ୍ୟମରେ ପଠେଇବେ । ଅଧିକ ତମ ୨ ପୃଷ୍ଠା ଗ୍ରହଣ କରାଯିବ ।

- ଲେଖା ସହିତ ନିଜର Passport Size Photo (jpg/jpeg format), Full Name & Short address ବି ପଠେଇବେ ।

- ଚିତ୍ରକଳା କେବଳ jpg/jpeg format ରେ ପଠେଇବେ ।

- ନିଜସ୍ଵ ରଚନା ହିଁ ଏହି ପତ୍ରିକାରେ ସ୍ଥାନ ପାଇବ ।

- ଅନ୍ୟର କପି କରିଥିବା ଲେଖାକୁ ଗ୍ରହଣ କରାଯିବ ନାହିଁ ଏବଂ ତାହାକୁ ସାହିତ୍ୟ ସଂସଦ ରେ ରିପୋର୍ଟ କରାଯିବ ।

ଯଦି କିଛି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ତେବେ ଆପଣମାନେ ରତ୍ନାକର ସାର୍ (୮୩୨୭୭୩୮୧୯୪), ଅଭିଷେକ ସାର୍ (୭୮୭୩୬୫୯୫୪୧) କିମ୍ବା ସୂର୍ଯ୍ୟ ସାର୍ (୮୯୬୮୫୭୪୪୧୭) ଙ୍କୁ ଅବଗତ କରିପାରିବେ ।
Forwarded from Odia Hons 2nd Yr (3&4th Sem) BA (Surya)
The editorial board of "Empty Pages" (ନଗ୍ନ ପୃଷ୍ଠା) is pleased to announce that submissions are now open for our upcoming second edition. We invite writers, poets, and artists to contribute their original works for publication in this prestigious literary installment.
Last date- 15th of Apr 26
Email to panchasakhainstitute@gmail.com or amajubapidhi@gmail.com.
For any query please contact to Ratnakar Sir on 8327738194
ପ୍ରିୟ ସୁଧୀଜନ, ଶିକ୍ଷାର୍ଥୀ ଓ ଅଭିଭାବକଗଣ,
ସାମାଜିକ ପରିବର୍ତ୍ତନ ଓ ଶିକ୍ଷାର ବିକାଶ ପାଇଁ 'ଆମ ଯୁବ ପିଢ଼ି' ଏବଂ 'ପଞ୍ଚସଖା' ଅନୁଷ୍ଠାନ ସଦାସର୍ବଦା ଚେଷ୍ଟା କରିଆସିଛି। ଆମର ଏହି ନିସ୍ୱାର୍ଥପର ଯାତ୍ରାରେ ଆପଣଙ୍କ ଅନୁଭୂତି କିପରି ରହିଛି, ସେ ସମ୍ପର୍କରେ ଏକ ମୂଲ୍ୟବାନ ଟିପ୍ପଣୀ/Review ଆମେ ଆଶା କରୁଛୁ:
📖 ନଗ୍ନ ପୃଷ୍ଠା: (ସାହିତ୍ୟିକ ମଞ୍ଚ)
🎓 ପଞ୍ଚସଖା ଅନୁଷ୍ଠାନ: (ଶିକ୍ଷାର ପ୍ରସାର)
🤝 ଆମ ଯୁବ ପିଢ଼ି: (ସାମାଜିକ ସେବା)

ଆମର ଏହି ପ୍ରୟାସ ଆପଣଙ୍କୁ କିପରି ସାହାଯ୍ୟ କରିଛି, ତାହା ଜଣାନ୍ତୁ। ଆପଣଙ୍କ ଅନୁଭୂତି ହିଁ ଆମ ପାଇଁ ପ୍ରକୃତ ଉତ୍ସାହ।
ଧନ୍ୟବାଦ ସହ,
(ସମ୍ପାଦନା ମଣ୍ଡଳୀ)
Forwarded from Odisha +2 Arts (Surya)
Last submission date for Magazine- 30th Apr
Last submission date for Magazine- 30th Apr

Apanamananku anurodhh jldi share karantu...

Prose, Poem, Art etc

Mail ID- panchasakhainstitute@gmail.com
amajubapidhi@gmail.com


Nijaswa lekhaa share karibe
Nija name mention karibe, short address debe &
photograph (not compulsory)
Forwarded from Odia Hons 1st Yr (1&2nd Sem) BA (Surya)
ମହାନୁଭବ ଓଡ଼ିଆ ସଂସ୍କୃତିପ୍ରେମୀ ଜନସାଧାରଣ ଓ ସାଧକବୃନ୍ଦ,
ଆପଣମାନଙ୍କୁ ଜଣାଇବା ପାଇଁ ଅତ୍ୟନ୍ତ ଆନନ୍ଦ ଏବଂ ଗର୍ବ ଅନୁଭବ ହେଉଛି ଯେ, ଓଡ଼ିଶାର ଗୌରବମୟ ଇତିହାସ, ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଯୁବପିଢ଼ିର ବହୁମୁଖୀ ପ୍ରତିଭାର ବିକାଶ ନିମନ୍ତେ "ପଞ୍ଚସଖା ଅନୁଷ୍ଠାନ" ଏବଂ "ଆମ ଯୁବ ପିଢ଼ି" ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ଅଭିନବ ତଥା ଐତିହାସିକ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି।
ଏହି ବୃହତ ମଞ୍ଚର ନାମକରଣ କରାଯାଇଛି —
🏆 "ମୁଁ ବି ସ୍ଵାଭିମାନୀ ଓଡ଼ିଆ" 🏆
(ଏକ ଅନନ୍ୟ ବହୁମୁଖୀ ପ୍ରତିଭା ଓ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱ ଚୟନ ମହାମୁକାବିଲା)
ଏହା କେବଳ ଏକ ସାଧାରଣ ପ୍ରତିଯୋଗିତା ନୁହେଁ, ବରଂ ଓଡ଼ିଶାର ମାଟି, ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ପ୍ରାଣଭରି ଭଲ ପାଉଥିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରୁଥିବା ପ୍ରକୃତ ଓଡ଼ିଆ ପ୍ରତିଭାକୁ ଚିହ୍ନଟ କରିବାର ଏକ ମହାଯଜ୍ଞ।
📅 ପ୍ରତିଯୋଗିତାର ସମୟସୀମା ଓ ରୂପରେଖ (Timeline)
ଏହି କାର୍ଯ୍ୟକ୍ରମ ଓଡ଼ିଶାର ଦୁଇଟି ପ୍ରମୁଖ ପର୍ବକୁ ସଂଯୋଗ କରୁଛି, ଯାହା ଏହାର ମହତ୍ତ୍ୱକୁ ଆହୁରି ଦ୍ଵିଗୁଣିତ କରୁଛି:
ଶୁଭାରମ୍ଭ: ପାରମ୍ପରିକ ଗଣପର୍ବ "ରଜ" ଶେଷ ହେବା ପରେ ପରେ ଏହି ପ୍ରତିଯୋଗିତାର ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହେବ।
ମହା ସମାପନ (Grand Finale): ପବିତ୍ର "ରଥଯାତ୍ରା" ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହିତ ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ବିଜେତାଙ୍କ ନାମ ଘୋଷଣା କରାଯିବ।
🌟 ପ୍ରତିଯୋଗିତାର ସ୍ଵରୂପ ଏବଂ ବିଶ୍ଳେଷଣ (Selection Process)
ଏହି ସୋ'ର ଗଠନମୂଳକ ଶୈଳୀ ଅତି ରୋମାଞ୍ଚକର ଏବଂ ନିରପେକ୍ଷ। ଏଠାରେ ଜଣେ ପ୍ରତିଯୋଗୀଙ୍କୁ ଶ୍ରେଷ୍ଠ ପ୍ରମାଣିତ ହେବା ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବାକୁ ହେବ:
୧. ବିଚାରପତି ମଣ୍ଡଳୀ ଓ ବହୁମୁଖୀ ଯୋଗ୍ୟତା ପରୀକ୍ଷା (All-round Skill Test)
ମଞ୍ଚରେ ଉପସ୍ଥିତ ରହିବେ ସଙ୍ଗୀତ, ନୃତ୍ୟ, ଅଭିନୟ ଏବଂ ଓଡ଼ିଶାର ସାହିତ୍ୟ କ୍ଷେତ୍ରର ୪ ରୁ ୫ ଜଣ ବିଶିଷ୍ଟ ତଥା ଅଭିଜ୍ଞ ବିଚାରପତି।
କଳାତ୍ମକ ପ୍ରଦର୍ଶନ: ପ୍ରତିଯୋଗୀମାନଙ୍କୁ କେବଳ ଗୀତ ନୁହେଁ, ବରଂ ନୃତ୍ୟ, ଅଭିନୟ, କିମ୍ବା ବକ୍ତୃତା କଳା ମାଧ୍ୟମରେ ନିଜକୁ ପ୍ରଦର୍ଶନ କରିବାକୁ ହେବ।
ବ୍ୟକ୍ତିତ୍ୱ ଓ ସାଧାରଣ ଜ୍ଞାନ ପରୀକ୍ଷା: ବିଚାରପତିମାନେ ନିଜ ହିସାବରେ ପ୍ରତିଯୋଗୀଙ୍କୁ ତତ୍କାଳୀନ କିଛି ଟାସ୍କ (On-spot Task) ଦେବେ ଏବଂ ଓଡ଼ିଶାର ଇତିହାସ, ସଂସ୍କୃତି ଓ ସ୍ଵାଭିମାନକୁ ନେଇ ପ୍ରଶ୍ନ ପଚାରି ସେମାନଙ୍କ ଉପସ୍ଥିତ ବୁଦ୍ଧି ଓ ସାମର୍ଥ୍ୟର ଆକଳନ କରିବେ। ସେମାନଙ୍କ ସମ୍ମତି ଆଧାରରେ ହିଁ ପ୍ରତିଯୋଗୀ ଆଗକୁ ଯିବେ।
୨. "ପଞ୍ଚସଖା ଲାଇଫ୍‌ଲାଇନ୍" – ଦ୍ଵିତୀୟ ସୁଯୋଗ (The Comeback Round)
କୌଣସି କାରଣବଶତଃ ପ୍ରଥମ ପର୍ଯ୍ୟାୟରେ ଅସଫଳ ହୋଇ କଟିଯାଇଥିବା ପ୍ରତିଯୋଗୀମାନଙ୍କ ଉତ୍ସାହକୁ ଭାଙ୍ଗିବାକୁ ଦିଆଯିବ ନାହିଁ।
ସେମାନଙ୍କୁ "ପଞ୍ଚସଖା ଲାଇଫ୍‌ଲାଇନ୍" ମାଧ୍ୟମରେ ଆଉ ଏକ ଦ୍ଵିତୀୟ ସୁଯୋଗ ଦିଆଯିବ।
ଏହି ବିଶେଷ ରାଉଣ୍ଡରେ ସେମାନେ ନିଜର ଅନ୍ୟ ଏକ ଲୁକ୍କାୟିତ ପ୍ରତିଭା ଦେଖାଇବେ ଏବଂ ସେମାନଙ୍କ ମଧ୍ୟରୁ କେବଳ କିଛି ଯୋଗ୍ୟ ପ୍ରତିଭା ପୁନର୍ବାର ମୁଖ୍ୟ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହେବେ।
୩. ଶୀର୍ଷ ଚୟନ (Filtration Round)
ପ୍ରଥମ ପର୍ଯ୍ୟାୟରୁ ସିଧାସଳଖ ଆସିଥିବା ପ୍ରତିଯୋଗୀ ଏବଂ ଦ୍ଵିତୀୟ ସୁଯୋଗରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଭାମାନଙ୍କୁ ଏକାଠି କରାଯାଇ, ସେମାନଙ୍କ ସଂଖ୍ୟା ଅନୁସାରେ "ଟପ୍ ୨୦" କିମ୍ବା "ଟପ୍ ୧୦" ବଛାଯିବ। ଏହି ପର୍ଯ୍ୟାୟରେ ପ୍ରତିଯୋଗିତା ଆହୁରି କଠିନ ହେବ।
୪. ମହା ସଂଗ୍ରାମରୁ ମହା ବିଜେତା (Grand Finale - Top 5 to 1)
ରଥଯାତ୍ରାର ମହାପବିତ୍ର ଦିନରେ ଅନୁଷ୍ଠିତ ହେବ ଚୂଡ଼ାନ୍ତ ପର୍ଯ୍ୟାୟ। ଶେଷ ୫ ଜଣ କିମ୍ବା ୩ ଜଣ ଶ୍ରେଷ୍ଠ ପାରଙ୍ଗମ ପ୍ରତିଯୋଗୀଙ୍କ ମଧ୍ୟରେ ମହାମୁକାବିଲା ହେବ। ବିଚାରପତିଙ୍କ ସର୍ବୋଚ୍ଚ ମୂଲ୍ୟାଙ୍କନ ଆଧାରରେ ସମସ୍ତଙ୍କୁ ପଛରେ ପକାଇ ଜଣେ ମହା ପ୍ରତିଭା ଅର୍ଜନ କରିବେ ଓଡ଼ିଶାର ପ୍ରଥମ "ମୁଁ ବି ସ୍ଵାଭିମାନୀ ଓଡ଼ିଆ" ର ସମ୍ମାନଜନକ ମୁକୁଟ ଓ ମହାପୁରସ୍କାର।

ନାମ ପଞ୍ଜିକରଣ ଲିଙ୍କ୍:-
ଶେଷ ତାରିଖ:- ୧୩ ଜୁନ୍ ୨୬ (ରାତ୍ରି ୧୦ଟା)
https://form.svhrt.com/6a26f609c2a9c8fc7815bcee
https://form.svhrt.com/6a26f609c2a9c8fc7815bcee

Shared from "surveyheart.com"
Forwarded from Surya
ଶେଷ ସୁଯୋଗ: "ମୁଁ ବି ସ୍ଵାଭିମାନୀ ଓଡ଼ିଆ" ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ!

​ନମସ୍କାର,

ଆମ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଆପଣଙ୍କ ଭଲପାଇବାକୁ ପ୍ରଦର୍ଶନ କରିବାର ଏକ ସୁବର୍ଣ୍ଣ ସୁଯୋଗ। "ମୁଁ ବି ସ୍ଵାଭିମାନୀ ଓଡ଼ିଆ" ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଆଜି ହେଉଛି ଶେଷ ଦିନ।

​ଯଦି ଆପଣ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାଁନ୍ତି, ତେବେ ତଳେ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ ଆଜି ହିଁ ନିଜର ନାମ ପଞ୍ଜୀକରଣ କରନ୍ତୁ:

👉 Https://form.svhrt.com/6a26f609c2a9c8fc7815bcee

​ଆପଣଙ୍କ ସ୍ଵାଭିମାନୀ ଓଡ଼ିଆ ଅଂଶଗ୍ରହଣକୁ ଅପେକ୍ଷା।
Forwarded from Odisha +2 Arts (Surya)
ଆସନ୍ତୁ, ନିଜ ଓଡ଼ିଆ ଅସ୍ମିତାକୁ ପ୍ରମାଣିତ କରିବା!

ପ୍ରତିଯୋଗିତା: "ମୁଁ ବି ସ୍ଵାଭିମାନୀ ଓଡିଆ"

📢 ସୁବର୍ଣ୍ଣ ସୁଯୋଗ!
ପଞ୍ଜୀକରଣର ଶେଷ ସମୟ ସୀମା ବୃଦ୍ଧି କରାଯାଇଛି।
ପଞ୍ଜୀକରଣ ଶେଷ ତାରିଖ: ୧୪ ଜୁନ୍, ୨୦୨୬ (ଆସନ୍ତାକାଲି)
ସମୟ: ଦିନ ୨:୦୦ ଟା ପର୍ଯ୍ୟନ୍ତ
ଅଂଶଗ୍ରହଣ ଶୁଳ୍କ: ସମ୍ପୂର୍ଣ୍ଣ ମାଗଣା! (No Entry Fee)

🏆 ଆକର୍ଷଣୀୟ ପୁରସ୍କାର
🎁 ସରପ୍ରାଇଜ୍ ମନି ପ୍ରାଇଜ୍
🎁 ଆକର୍ଷଣୀୟ ଉପହାର
📜 ଅଂଶଗ୍ରହଣ ପ୍ରମାଣପତ୍ର

କିପରି ଭାଗ ନେବେ?
ପଞ୍ଜୀକରଣ କରନ୍ତୁ: https://form.svhrt.com/6a26f609c2a9c8fc7815bcee
Forwarded from Odisha +2 Arts (Surya)
ନିୟମାବଳୀ

ପ୍ରଥମ ରାଉଣ୍ଡ (Selection Round)
୧. ପ୍ରତ୍ୟେକ ପ୍ରତିଯୋଗୀଙ୍କ ରେଜିଷ୍ଟ୍ରେସନ ହିସାବରେ ତାଙ୍କ ନିଜର ଯେଉଁ କ୍ଷେତ୍ରରେ ସର୍ବାଧିକ ଉତ୍ତମ ଫଳାଫଳ ହୋଇପାରିବ, ସେମାନେ ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
୨. ଏହି ରାଉଣ୍ଡ ରେ ଟପ୍ ୨୫ ଜଣଙ୍କୁ ବଛାଯିବ, ପ୍ରତିଯୋଗିତାର ଦ୍ଵିତୀୟ ରାଉଣ୍ଡ କୁ ।
୩. ଟପ୍ ୨୫ ଜଣଙ୍କ ପରେ ବି ଏହି ରାଉଣ୍ଡରେ ୫ ଜଣ ଅତିରିକ୍ତ Standby ପ୍ରତିଯୋଗୀଙ୍କୁ ରଖାଯିବ ।
୪. ଯଦି ବିଚାରପତି ମାନଙ୍କୁ ହୃଦବୋଧ ହୁଏ ତେବେ ବିଚାରପତି "ପଞ୍ଚସଖା ଲାଇଫ୍‌ଲାଇନ୍" ର ପ୍ରୟୋଗ କରି ଅତିରିକ୍ତ ୫ ଜଣଙ୍କ ମଧ୍ୟରୁ (ସେ ଜଣେ ହେଉ କି ଦୁଇ ଜଣ କି ସମସ୍ତ ୫ ଜଣ) ପ୍ରତିଯୋଗିତାରେ ଆଗକୁ ବଢିବା ପାଇଁ ଦ୍ଵିତୀୟ ସୁଯୋଗ ଦେବେ ।
୫. ଯେଉଁମାନେ ଟପ୍ ୨୫ ଜଣଙ୍କ ମଧ୍ୟରେ ନିଜ ସ୍ଥାନ ସୁରକ୍ଷିତ କରିପାରିବେ ନାହିଁ, ସେମାନଙ୍କୁ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ, କାହିଁକି ନା ବିଚାରପତି, ଯେ କୌଣସି ରାଉଣ୍ଡରେ "ପଞ୍ଚସଖା ଲାଇଫ୍‌ଲାଇନ୍" ର ପ୍ରୟୋଗ କରି ସେମାନଙ୍କୁ ଅନ୍ୟ ଏକ ସୁଯୋଗ ଦେଇପାରିବେ ।

ଦ୍ଵିତୀୟ ରାଉଣ୍ଡ (Talented Round)
୧. ପ୍ରତିଯୋଗୀମାନେ ପ୍ରଥମ ରାଉଣ୍ଡରେ ଯେଉଁ ପ୍ରତିଯୋଗୀତାରେ ଭାଗ ନେଇଥିଲେ, ସେହି ବିଷୟକୁ ସେ ଦ୍ଵିତୀୟ ଥର ଏହି ରାଉଣ୍ଡରେ ବାଛିପାରିବେ ନାହିଁ ।
୨. ନିଜର ଅନ୍ୟ ଏକ କଳା କୁ ନିଜ ଇଛାନୁସାରେ ବାଛି ସେମାନେ ଏହି ରାଉଣ୍ଡରେ ସିଲେକ୍ସନ ହେବେ ।
୩. ଏହି ରାଉଣ୍ଡ ରେ ଟପ୍ ୧୫ ଜଣଙ୍କୁ ବଛାଯିବ, ପ୍ରତିଯୋଗିତାର ତୃତୀୟ ରାଉଣ୍ଡ କୁ ।
୪. ପ୍ରଥମ ରାଉଣ୍ଡର ନିୟମ ନଂ ୩, ୪ ଏବଂ ୫ ମଧ୍ୟ ଏହି ରାଉଣ୍ଡରେ ଲାଗୁ କରାଯାଇପାରେ । ତାହା ବିଚାରପତିଙ୍କ ଅଧିନରେ ରହିବ ।

ତୃତୀୟ ରାଉଣ୍ଡ (Judges Round)
୧. ଏହି ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ, ବିଚାରପତି ନିଜ ଇଛାନୁସାରେ ରେ ଯେକୌଣସି ବିଷୟବସ୍ତୁରେ ଅଂଶଗ୍ରହଣ କରିବାପାଇଁ କହିବେ । ସମସ୍ତଙ୍କୁ ଅଲଗା ଅଲଗା କିମ୍ବା ଏକ ସମାନ ବିଷୟବସ୍ତୁ ଦେଇପାରନ୍ତି ବିଚାରପତି ।
୨. ଏହି ରାଉଣ୍ଡ ରେ ଟପ୍ ୧୦ ଜଣଙ୍କୁ ବଛାଯିବ, ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡ କୁ ।
୩. ପ୍ରଥମ ରାଉଣ୍ଡର ନିୟମ ନଂ ୩, ୪ ଏବଂ ୫ ମଧ୍ୟ ଏହି ରାଉଣ୍ଡରେ ଲାଗୁ କରାଯାଇପାରେ । ତାହା ବିଚାରପତିଙ୍କ ଅଧିନରେ ରହିବ ।

ଚତୁର୍ଥ ରାଉଣ୍ଡ (Filtration Round)
୧. ଏହି ରାଉଣ୍ଡରେ ତୃତୀୟ ରାଉଣ୍ଡର ନିୟମ ନଂ ୧ ଲାଗୁ ହେବା ସହିତ ପ୍ରତିଯୋଗୀମାନେ ନିଜ ଇଛାରେ ଅନ୍ୟ ଯେକୌଣସି ବିଷୟବସ୍ତୁ ବାଛିପାରିବେ ଏବଂ ପ୍ରତିଯୋଗିତାର ଅଂଶଗ୍ରହଣ କରିପାରିବେ ।
୨. ଏହି ରାଉଣ୍ଡ ହେବ ବୃହତ୍ତର ରାଉଣ୍ଡ, କାହିଁକି ନା ଏହି ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ଦୁଇ-ଦୁଇଟି (୦୨) ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ହେବ ।
୩. ଏହି ରାଉଣ୍ଡର ନିୟମ ନଂ ୧ ହିସାବରେ ବିଚାରପତି ଗୋଟିଏ ବିଷୟବସ୍ତୁ ଦେବେ ସମସ୍ତଙ୍କୁ ଏବଂ ପ୍ରତିଯୋଗୀମାନେ ନିଜ ଇଛାରେ ଅନ୍ୟ ଯେକୌଣସି ବିଷୟବସ୍ତୁ ମଧ୍ୟରୁ ଗୋଟିଏ ବିଷୟବସ୍ତୁ ବାଛିବେ ।
୪. ଏହି ରାଉଣ୍ଡ ରେ ଟପ୍ ୫ ଜଣଙ୍କୁ ବଛାଯିବ, ପ୍ରତିଯୋଗିତାର ପଞ୍ଚମ(ଶେଷ) ରାଉଣ୍ଡ କୁ ।
୫. ଯେଉଁମାନେ ପଞ୍ଚମ ରାଉଣ୍ଡ ମଧ୍ୟରେ ନିଜ ସ୍ଥାନ ସୁରକ୍ଷିତ କରିପାରିବେ ନାହିଁ, ସେମାନଙ୍କ ମଧ୍ୟରୁ ବିଚାରପତି, ଯେ କୌଣସି ପ୍ରତିଯୋଗୀଙ୍କୁ "ପଞ୍ଚସଖା ଲାଇଫ୍‌ଲାଇନ୍" ର ପ୍ରୟୋଗ କରି ତାଙ୍କୁ ଅନ୍ୟ ଏକ ସୁଯୋଗ ଦେଇପାରିବେ ।

ପଞ୍ଚମ ରାଉଣ୍ଡ (Finale Round)
୧. ଏହି ରାଉଣ୍ଡରେ ଚତୁର୍ଥ ରାଉଣ୍ଡର ନିୟମ ନଂ ୧ ଏବଂ ୩ ଲାଗୁ ହେବା ସହ ବିଚାରପତି, ଓଡିଶା ସାଧାରଣ ଜ୍ଞାନ ର ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୧୦ଟି ଲେଖାଏଁ ପ୍ରଶ୍ନ ପଚାରିବେ ।
୨. ପ୍ରତ୍ୟେକ ପ୍ରଶ୍ନ ର ମୂଲ୍ୟ ସଂଖ୍ୟା ୦୧ । ଏଥିରେ ନେଗେଟିଭ ମୂଲ୍ୟ ରହିବ ନାହିଁ ।
୩. ଏହି ରାଉଣ୍ଡର ମଧ୍ୟ ଭାଗରେ ମଧ୍ୟ ବିଚାରପତି ଚତୁର୍ଥ ରାଉଣ୍ଡର ନିୟମ ନଂ ୫ ଲାଗୁ କରିପାରିବେ ।
୪. ବିଚାରପତିଙ୍କ ସର୍ବୋଚ୍ଚ ମୂଲ୍ୟାଙ୍କନ ଆଧାରରେ ସମସ୍ତଙ୍କୁ ପଛରେ ପକାଇ ଜଣେ ମହା ପ୍ରତିଭା ଅର୍ଜନ କରିବେ ଓଡ଼ିଶାର ପ୍ରଥମ "ମୁଁ ବି ସ୍ଵାଭିମାନୀ ଓଡ଼ିଆ" ର ସମ୍ମାନଜନକ ମୁକୁଟ ଓ ପୁରସ୍କାର ।
୫. ଟପ୍ ୫ ଜଣଙ୍କ ପାଇଁ ପୁରସ୍କାର ନିମ୍ନମତେ:
ଆର୍ଥିକ ପୁରସ୍କାର (Through UPI)
ଆକର୍ଷଣୀୟ ଉପହାର (By Speed Post)
ପ୍ରମାଣପତ୍ର (By Speed Post)
Forwarded from Odisha +2 Arts (Surya)
Magazine Launch and Competition Commencement

​Invitation: Official Launch of the Magazine and Competition Announcement

​We are pleased to formally announce the upcoming publication of the 2nd edition of the magazine (ନଗ୍ନ ପୃଷ୍ଠା), a joint initiative by the ପଞ୍ଚସଖା INSTITUTE and ଆମ ଯୁବ ପିଢି.

​The official launch is scheduled to take place on 15th of Jun 26, at 9pm.

All contributing writers and members of the core team are cordially invited to attend this significant event.

​Event Details and Upcoming Initiatives

​Access Credentials: The meeting link will be disseminated to all relevant parties two hours prior to the scheduled launch time.

​Competition Inauguration: We are also pleased to announce the commencement of the "ମୁଁ ବି ସ୍ଵାଭିମାନୀ ଓଡିଆ" competition, which will officially open for participation immediately following the magazine launch. Detailed guidelines and registration protocols will be provided during the event.

​We appreciate your commitment and professional contributions to this project and look forward to your presence at the launch.

​Thank you for your continued dedication.

Team ନଗ୍ନ ପୃଷ୍ଠା
Forwarded from Surya
ଆଜିର ପ୍ରତିଯୋଗିତା

ନୃତ୍ୟ
୧. ଯେକୌଣସି ଭାଷା ଏବଂ ଯେକୌଣସି ସଙ୍ଗୀତ ବ୍ୟବହାର କରିପାରିବେ ।
୨. ନୃତ୍ୟ ର ଭିଡିଓ କରି ୮୯୬୮୫୭୪୪୧୭ ନଂ କୁ WhatsApp ମାଧ୍ୟମରେ ପଠେଇବେ ।
୩. ଯେକୌଣସି ସମୟରେ ପଠାଇପାରିବେ । ସନ୍ଧ୍ୟା ୮ଟା ଭିତରେ ।
୪. ନୃତ୍ୟ କରିବା ପୂର୍ବରୁ ଭିଡିଓ ରେ ନିଜର ସମ୍ପୂର୍ଣ୍ଣ ନାମ କହିବେ , ତାପରେ ସଙ୍ଗୀତ ର ଅଡିଓ ଆରମ୍ଭ କରି ନୃତ୍ୟ କରିବେ । ସମ୍ପୂର୍ଣ ଭିଡିଓ ରେ ଆପଣ ଦେଖାଯାଉଥିବା ଦରକାର ।

ଚିତ୍ରାଙ୍କନ/କଳା
୧. ଲିଙ୍କ୍ ଆପଣମାନଙ୍କୁ ୩୦ ମିନିଟ୍ ପୂର୍ବରୁ ଦିଆଯିବ ।
୨. ଟେଲିଗ୍ରାମ୍ ଲାଇଭ୍ ଭିଡିଓ ମାଧ୍ୟମରେ ପ୍ରତିଯୋଗିତା ହେବ ।
୩. ଚିତ୍ରାଙ୍କନ ପ୍ରତିଯୋଗିତା ସମୟ:- ରାତ୍ରି ୯ଟା- ୯:୫୦ଟା
୪. ଚିତ୍ରାଙ୍କନ ଆପଣମାନେ ବାଧ୍ୟତାମୂଳକ ଟେଲିଗ୍ରାମ ଲାଇଭ୍ ମାଧ୍ୟମରେ ଚିତ୍ର ଅଙ୍କନ କରିବେ ।
୫. ଚିତ୍ର ଅଙ୍କନ ଲାଇଭ ମାଧ୍ୟମରେ ଶେଷ ହେବା ମାତ୍ରେ ୧୦ ମିନିଟ୍ (ରାତ୍ରି ୧୦ଟା) ଭିତରେ ଆପଣମାନେ ୮୯୬୮୫୭୪୪୧୭ ନଂ ରେ ହ୍ଵାଟ୍ସଆପ୍ ମାଧ୍ୟମରେ ସେହି ଚିତ୍ରର ଫଟୋ ପଠେଇବେ ।
୬. ବିଷୟ:- ପ୍ରତିଯୋଗିତା ସମୟ ଆରମ୍ଭ ହେବା ସମୟରେ ଟେଲିଗ୍ରାମ୍ ରେ ଜଣାଇ ଦିଆଯିବ ।
Forwarded from Odisha +2 Arts (Surya)
Result of Final Round of ମୁଁ ବି ସ୍ଵାଭିମାନୀ ଓଡ଼ିଆ
Forwarded from Odisha +2 Arts (Surya)
The prize money & certificates will be disbursed soon...
Forwarded from Surya
Enroll yourself for free classes.
Classes will be started from 01 Oct 26.

Give your details to me personally through WhatsApp on 8968574417.

Details required:
Example-
Suryakanta Moharana
MA Odia 4th Sem, NET Odia & Competitive Exam

Jeumane enroll karithile semane au thare enroll hebaaku anurodh...