ଯେତେବେଳେ ଗୁରୁଜନ ସ୍ଥାନୀୟ ଲୋକମାନେ ତୁମ କର୍ତ୍ତବ୍ୟରେ ଅବହେଳା ପାଇଁ ବହୁବିଧ ସମସ୍ୟାର
ସମ୍ମୁଖୀନ ହେଉଛନ୍ତି, ସେତେବେଳେ ତୁମେ ମନ୍ଦିର ଯାଇ ମୂର୍ତ୍ତି ଆରାଧନା କଲେ ଉଦ୍ଦେଶ୍ୟ ଆଦୌ ସଫଳ ହେବ ନାହିଁ... 🙏ଜୟ ଜଗନ୍ନାଥ🙏
ସମ୍ମୁଖୀନ ହେଉଛନ୍ତି, ସେତେବେଳେ ତୁମେ ମନ୍ଦିର ଯାଇ ମୂର୍ତ୍ତି ଆରାଧନା କଲେ ଉଦ୍ଦେଶ୍ୟ ଆଦୌ ସଫଳ ହେବ ନାହିଁ... 🙏ଜୟ ଜଗନ୍ନାଥ🙏
❤6👍1👎1
କାହାକୁ ଡରାଅ ନାହିଁ, ସାହସ ଦିଅ।ଅପମାନିତ କର ନାହିଁ, ଶିଖାଇ ଦିଅ।ଅଭିମାନ କର ନାହିଁ, ସହି ଯାଅ।ଗାଳି କର ନାହିଁ, ବୁଝେଇ ଦିଅ।ଏହା ହେଉଛି ଗୋଟିଏ ସୁନ୍ଦର ସ୍ବଭାବର ଲକ୍ଷଣ...🙏ଜୟ ଜଗନ୍ନାଥ🙏
❤2👏1
ଆମେ ପ୍ରାୟତଃ ମୁହୂର୍ତ୍ତକର ରାଗ ଯୋଗୁଁ ବର୍ଷ ବର୍ଷ ଧରି ଗଢିଥିବା ସମ୍ପର୍କ, କ୍ୟାରିୟର କିମ୍ବା ନିଜର ମାନସିକ ଶାନ୍ତିକୁ ନଷ୍ଟ କରିଦିଅନ୍ତି । ଆମକୁ ଲାଗେ ରାଗିଯାଇ ଆମେ ସାମ୍ନା ଲୋକଙ୍କୁ ହରାଇଦେଲେ, କିନ୍ତୁ ପ୍ରକୃତରେ ରାଗ ହେଉଛି ଦିଆସିଲ କାଠି ପରି..ଯାହା ଅନ୍ୟକୁ ଜଳାଇବା ପୂର୍ବରୁ ନିଜକୁ ଜଳାଏ... 🙏ଜୟ ଜଗନ୍ନାଥ🙏
❤4👏1
ଆମର ଖୁସିରେ କେତେ ଜଣ ଆମ ସହିତ ଉତ୍ସବ ପାଳନ କରନ୍ତି, ତାହା ଦ୍ୱାରା ପ୍ରକୃତ ସମ୍ପର୍କର ମୂଲ୍ୟ ମାପିହୁଏ ନାହିଁ; ବରଂ ଜୀବନ କଷ୍ଟକର ହେବା ସମୟରେ କେତେ ଜଣ ଆମ ପାଖରେ ଠିଆ ହୁଅନ୍ତି, ତାହା ହିଁ ସମ୍ପର୍କର ପ୍ରକୃତ ମୂଲ୍ୟ....🙏ଜୟ ଜଗନ୍ନାଥ🙏
❤4👏1🤮1
ସମସ୍ତଙ୍କୁ ଖୁସି କରିବାରେ ନୁହେଁ, ନିଜ ଲକ୍ଷ୍ୟ, ପରିଶ୍ରମ ଓ ଆତ୍ମସମ୍ମାନକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବାରେ ହିଁ ଜୀବନର ସାର୍ଥକତା, ନିଜ ପଥରେ ସତ୍ୟ ଓ ଦୃଢ଼ତାର ସହ ଚାଲନ୍ତୁ; ସଫଳତା ନିଶ୍ଚୟ ଆପଣଙ୍କ ପଦଚିହ୍ନ ଅନୁସରଣ କରିବ...🙏ଜୟ ଜଗନ୍ନାଥ🙏
❤4🙏3👏2